ଆଦର୍ଶ ଗ୍ରାମ ମାନ୍ୟତା ପରେ ଉନ୍ନତିମୂଳକ କାର୍ଯ୍ୟର ବିଲ୍କୁ ନେଇ ଅସନ୍ତୋଷ, ବିଡିଓଙ୍କ ଦ୍ୱାରସ୍ଥ ହେଲେ ହାଟଦ୍ୱାର ଗ୍ରାମବାସୀ
NAYAGADA TODAY-ଆଦର୍ଶ ଗ୍ରାମର ମାନ୍ୟତା ପାଇବା ପରେ ଗ୍ରାମର ଉନ୍ନତିମୂଳକ କାର୍ଯ୍ୟର ବିଲ୍କୁ ନେଇ ନୟାଗଡ଼ ବ୍ଲକ ଶିମିଳି ସାହି ହାଟ ଦ୍ୱାର ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଗ୍ରାମରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିଲ୍କୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ଗ୍ରାମବାସୀମାନେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି।ଗ୍ରାମର ଉନ୍ନତି ପାଇଁ ଆସିଥିବା ସରକାରୀ ଅନୁଦାନ ଓ କାର୍ଯ୍ୟର ବିଲ୍ ସମ୍ପର୍କରେ ସ୍ୱଚ୍ଛତା ରଖିବା ସହ ସମସ୍ତ ଖର୍ଚ୍ଚର ହିସାବ ସାର୍ବଜନୀନ କରିବାକୁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି। ଏଥିସହ ଉକ୍ତ ଉନ୍ନୟନମୂଳକ କାର୍ଯ୍ୟର ନିରପେକ୍ଷ ତଦନ୍ତ କରିବା ସହ ଅନିୟମିତତା ଥିଲେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।ତେବେ ଆଦର୍ଶ ଗ୍ରାମର ମାନ୍ୟତା ପାଇଥିବା ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟର ବିଲ୍କୁ ନେଇ ଏଭଳି ଅସନ୍ତୋଷ ଦେଖାଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।