ନୟାଗଡ଼ରେ ଉଦ୍ଘାଟିତ ଓରମାସ୍ର ଦୀପାବଳି ଷ୍ଟଲ୍, ହାତତିଆରି ସାମଗ୍ରୀର ଚାହିଦାରେ ଉଦ୍ଘାଟିତ ଓରମାସ୍ର ଦୀପାବଳି ଷ୍ଟଲ୍,
NAYAGADA TODAY-ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟିରେ ରଖି ନୟାଗଡ଼ରେ ଓରମାସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ଉଦ୍ଘାଟିତ ହୋଇଛି। ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ସମ୍ମୁଖରେ ଏହି ଷ୍ଟଲ୍ ଖୋଲାଯାଇଛି।ଏହି ଷ୍ଟଲ୍ରେ ସ୍ଥାନୀୟ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ଗ୍ରାମୀଣ ଉତ୍ପାଦକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ହାତତିଆରି ଦୀପ, ଟେରାକୋଟା ସାମଗ୍ରୀ ଓ ଦୀପାବଳି ସାଜସଜ୍ଜା ଉପକରଣ ବିକ୍ରି ପାଇଁ ଉପଲବ୍ଧ ରହିଛି।ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ କାରିଗର ଓ ମହିଳା ଗୋଷ୍ଠୀଙ୍କ ଉତ୍ପାଦକୁ ବଜାର ଯୋଗାଇବା ସହ ସେମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।ଏହି ଷ୍ଟଲ୍ ଆସନ୍ତା ୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ। ତେଣୁ ନୟାଗଡ଼ବାସୀ ସ୍ଥାନୀୟ ହାତତିଆରି ସାମଗ୍ରୀ କିଣିବା ସହ କାରିଗର ଓ ମହିଳା SHG ଗୋଷ୍ଠୀଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଛି।