ନୟାଗଡ଼ରେ ଭାରୀଯାନ ଚଳାଚଳ ଉପରେ କଟକଣା, ସକାଳ ୭ଟାରୁ ରାତି ୧୦ଟା ଯାଏଁ ଯାତାୟାତ ନିଷେଧ

NAYAGADA TODAY-ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରୀ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଜାରି କରିଛି ନୟାଗଡ଼ ଜିଲ୍ଲା ପ୍ରଶାସନ। ବିଶେଷକରି ବାଲି, ମୋରମ ଓ ପଥର ଗୁଣ୍ଡ ଆଦି ପରିବହନ କରୁଥିବା ଭାରୀଯାନଗୁଡ଼ିକ ନିୟମ ଉଲ୍ଲଂଘନ କରି ଚଳାଚଳ କରୁଥିବାରୁ ରାସ୍ତାରେ ଦୁର୍ଘଟଣାର ଆଶଙ୍କା ବଢ଼ୁଛି।ଏହି ଯାନଗୁଡ଼ିକରେ ପରିବହନ ସାମଗ୍ରୀ ଠିକ୍ ଭାବେ ଘୋଡ଼ାଯାଉ ନଥିବାରୁ ରାସ୍ତାରେ ବାଲି ଓ ପଥର ଖଣ୍ଡ ପଡ଼ିବା ସହ ଧୂଳି ଉଡ଼ି ଯାତାୟାତରେ ବାଧା ସୃଷ୍ଟି ହେଉଛି। ଫଳରେ ଦୁର୍ଘଟଣା ଘଟିବା ସହ ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।ଏହାକୁ ଗୁରୁତ୍ୱ ଦେଇ ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ରଥ ମୋଟରଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ମୋଟରଯାନ ନିୟମ, ୧୯୯୩ ଅନୁଯାୟୀ ଏହି କଟକଣା ଜାରି କରିଛନ୍ତି ।

ନୋଟିସ୍ ଅନୁଯାୟୀ, ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରୀ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା। ରାସ୍ତା ବ୍ୟବହାରକାରୀଙ୍କ ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ ଏବଂ ଦୁର୍ଘଟଣା ହ୍ରାସ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ବିଜ୍ଞପ୍ତି ୭ ନଭେମ୍ବର 2026ରୁ ୩୦ ନଭେମ୍ବର 2026 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବା ନେଇ ନୋଟିସ୍‌ରେ ଉଲ୍ଲେଖ ରହିଛି।

You might also like