ଡିସେମ୍ବର ୮ରୁ ୮ମ ‘ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୬’ : ଆୟୋଜନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

l

​

​

NAYAGADA TODAY-ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଠାରେ ଆସନ୍ତା ଡିସେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଗଣପର୍ବ ୮ମ ‘ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୬’। ସ୍ଥାନୀୟ ସିଟି ସ୍କୁଲ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଗା ସାଂସ୍କୃତିକ ମହାକୁମ୍ଭକୁ ସଫଳ କରିବା ପାଇଁ ରାଜସୁନାଖଳା ଦୁଧିଆଠାରେ ମହୋତ୍ସବ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l​ମହୋତ୍ସବ କମିଟିର ସଭାପତି ତଥା ରାଜସୁନାଖଳା ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୈଠକ ବସିଥିଲା l ଚଳିତ ବର୍ଷ ମହୋତ୍ସବ ୮ମ ବର୍ଷରେ ପଦାର୍ପଣ କରୁଥିବାରୁ ଏହାକୁ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଅଧିକ ବ୍ୟାପକ, ଆକର୍ଷଣୀୟ ଏବଂ ‘ସିନେ ଉତ୍ସବ ଶୈଳୀ’ରେ ନୂଆ ରୂପରେ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ତଥା ନୟାଗଡ଼ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଆଞ୍ଚଳିକ କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ ରହିଛି l​ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ସ୍ଥାନୀୟ ପ୍ରତିଭାଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାର, ସିନେ ତାରକା ଏବଂ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ l

You might also like