NSYAGADA TODAY-ନୟାଗଡ଼ ପୁରୁଣା ସହରସ୍ଥିତ ଖାଙ୍କି ମଠ ପରିସରରେ ଆୟୋଜିତ ହୋଇଛି ରାମଚରିତମାନସ କାର୍ଯ୍ୟକ୍ରମ। ଏହି ଅବସରରେ ଆୟୋଜିତ ପ୍ରବଚନ ସଭାରେ ବହୁ ସଂଖ୍ୟାରେ ସନାତନ ଧର୍ମପ୍ରେମୀ ଭକ୍ତ ଯୋଗଦେଇ ପ୍ରବଚକଙ୍କ ମୁଖନିଃସୃତ ଭଗବତ୍ ବାଣୀ ଶ୍ରବଣ କରିଥିଲେ।ଆଜି ଏହି ଧାର୍ମିକ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ ଯୋଗଦେଇଥିଲେ। ରାମଚରିତମାନସର ଆଧ୍ୟାତ୍ମିକ ବାର୍ତ୍ତା ଓ ପ୍ରବଚନ ମାଧ୍ୟମରେ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।