ପିଏମ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ         

NAYAGADA TODAY-ନୟାଗଡ଼ ଅନ୍ତର୍ଗତ ପିଏମ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ”( National Energy conservation Day) ଉପଲକ୍ଷେ ଏକ ବିଦ୍ୟାଳୟ ସ୍ତରୀୟ (Quiz) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଅଷ୍ଟମ,ନବମ ଏବଂ ଦଶମ ଶ୍ରେଣୀର ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରିଥିଲେ ।ଉକ୍ତ ପ୍ରତିଯୋଗିତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ଦଶଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସହକାରୀ ଶିକ୍ଷକ ଶେଖ ଅଜିଜୁର ରହମାନ,ଶ୍ରୀମତି ଶ୍ରଦ୍ଧାଞ୍ଜଳୀ ରଥ ,  ଜ୍ୟୋତି ପ୍ରକାଶ ମିଶ୍ର, ଆଶିଷ ବର୍ଦ୍ଧନ ସାମନ୍ତଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଛି। ଶକ୍ତିର ସଦୁପଯୋଗ ଓ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ।

You might also like