ମଦ ବିକ୍ରିକୁ ବିରୋଧ, ମଦ ବିକ୍ରି ହେଉଥିବା ଘରର ଆଜବେଷ୍ଟ ଭାଙ୍ଗିଲେ ଗ୍ରାମବାସୀ

ନୟାଗଡ଼: ଗାଁରେ ମଦ ବିକ୍ରିକୁ ନେଇ ତେଜିଲା ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହେଲେ ଗ୍ରାମବାସୀ। ନୟାଗଡ଼ ବ୍ଲକ ମୂଥାଗାଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ଏଭଳି ଘଟଣା ଘଟିଛି।ଗ୍ରାମରେ ମଦ ବିକ୍ରି ଯୋଗୁଁ ସାମାଜିକ ପରିବେଶ ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ମଦ ବିକ୍ରିକୁ ତୀବ୍ର ବିରୋଧ କରିଥିଲେ। ଏପରିକି ମଦ ବିକ୍ରି ହେଉଥିବା ଘରକୁ ମଧ୍ୟ ଗ୍ରାମବାସୀ ଭାଙ୍ଗି ଦେଇଥିବା ଜଣାପଡ଼ିଛି।ଏପଟେ ଗ୍ରାମ ବାସୀଙ୍କ ପକ୍ଷରୁ ଗ୍ରାମ ର ବାଇପାସ ରୋଡ଼ କୁ ଘଟଣା କୁ ନେଇ ରାସ୍ତା ରୋକ କରିବା ସହ ରାସ୍ତା କୁ ଅବରୋଧ କରାଯାଇ ଥିଲା,ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଦମୁକ୍ତ ଗାଁ ଗଠନର ଦାବି ଜୋର ଧରିଛି। ତେବେ ଆଇନକୁ ହାତକୁ ନନେଇ ଏଭଳି ବେଆଇନ ମଦ କାରବାର ବିରୋଧରେ ପ୍ରଶାସନ ଓ ଅବକାରୀ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।ଏପଟେ ଟାଉନ ଥାନା ପୋଲିସଓ ଏସଡିପିଓ ଘଟଣା ସ୍ଥଳ ରେ ପହଁଚି ମଦ ବିକ୍ରି କୁ ସ୍ୱତନ୍ତ୍ର ଭାବେ ବନ୍ଦ କରିବାକୁ ପ୍ରତିଶୃତି ଦେଇ ବୁଝା ସୁଝା ପରେ ଗ୍ରାମବାସୀ ରାସ୍ତା ରୁ ହଟିଥିଲେ

You might also like