ବିଭିନ୍ନ ସମସ୍ୟା ନେଇ ଗର୍ଜ୍ଜିଲା ଭାରତୀୟ ବିକାଶ ପରିଷଦ

ନୟାଗଡ଼ ଜିଲ୍ଲାର ୨୪୭ ଗାଁକୁ ମୋବାଇଲ ସେବା ନଥିବା ବେଳେ ୨୨୯ ଗାଁକୁ ବିଦ୍ୟୁତ୍‌ ସେବା ନାହିଁ ।୧୦୭ ଗାଁକୁ ସବୁ ଦିନିଆ ରାସ୍ତା ମଧ୍ୟ ନାହିଁ । ମୌଳିକ ସୁବିଧା ପ୍ରଦାନ ଦାବିରେ ଆଜି ଭାରତୀୟ ବିକାଶ ପରିଷଦ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଦାବି ପତ୍ର ପ୍ରଦାନ କରିଛି । ଏକ ଜନସ୍ୱାର୍ଥ ମାମଲା ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଉପରୋକ୍ତ ତଥ୍ୟ ଉପସ୍ଥାପନ କରାଯାଇଛି । ଫଳରେ ଜିଲ୍ଲାରେ ଏହି ଗାଁ ଗୁଡିକ ସମସ୍ୟାକୁ ଦୂରିଭୂତ କରିବା ନିହାତି ଆବଶ୍ୟକ ହୋଇ ପଡିଛି । ଉକ୍ତ ଉପାନ୍ତ ଗାଁ ଗୁଡିକ ନାନାଦି ସମସ୍ୟା ମଧ୍ୟରେ ଗତି କରୁଛନ୍ତି ।ଜରୁରୀ କାଳୀନ ସେବା ସେମାନଙ୍କ ପାଖେ ଅପହଞ୍ଚ ହୋଇଥିବାବେଳେ ବିକାଶ ପହଞ୍ଚି ପାରୁନାହିଁ । ଯାହାକୁ ନେଇ ଉକ୍ତ ଗ୍ରାମବାସୀ ଅକଥନୀୟ ଯନ୍ତ୍ରାଣ ଭୋଗୁଛନ୍ତି । ସେହିଭଳି ଭାବେ ସିଧା ମୂଳା ପଞ୍ଚାୟତ ଘୋଡ଼ାମାରି ଦ୍ଵାର ଗ୍ରାମରେ ପାନୀୟ ଜଳ ସମସ୍ୟା ଏବଂ କନା ସିଂ ଗ୍ରାମରେ ବିଦ୍ୟୁତ ସମସ୍ୟା ଭକ୍ତ ଗ୍ରାମ ବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାରୁ ଏହାକୁ ତୁରନ୍ତ ପ୍ରତିହତ କରିବା ପାଇଁ ଦାବି କରାଯାଇଛି । ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରୋନ୍ଦ୍ର ପାଣିଗ୍ରାହୀଙ୍କ ନେତୃତରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

You might also like