ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ସମ୍ବିଧାନ ବଞ୍ଚାଓ ରାଲି ଆୟୋଜିତ.

  NAYAGADA TODAY-ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ସାଧାରଣ ସମ୍ପାଦକ ମନୋଜ କୁମାର ସାହୁଙ୍କ ଆବାହକତ୍ୱରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗମ୍ଭାଡିହି ଗ୍ରାମ ପଞ୍ଚାୟତ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ସମ୍ବିଧାନ ବଞ୍ଚାଓ ରାଲି ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ପ୍ରଦେଶ କଂଗ୍ରେସ ସେବାଦଳ ସଭାପତି ଶୁଭେନ୍ଦୁ ମହାନ୍ତି ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ଶୁଭଶ୍ରୀ ମହାନ୍ତିଙ୍କ ଦ୍ୱାରା ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ କର୍ମୀ ଚିତ୍ତରଞ୍ଜନ ସାହୁ, ମାନସ ପଟ୍ଟନାୟକ ଏବଂ ବିଶ୍ୱରଂଜନ ସାହୁ ( ଲବ୍ରୋଟୋରୀ ଟେକ୍ନିସିଆନ)  ସହଯୋଗ କରିଥିଲେ । ଅନ୍ୟପକ୍ଷରେ ସମ୍ବିଧାନର ମୂଲ୍ୟବୋଧ, ଗଣତାନ୍ତ୍ରିକ ଅଧିକାର ଓ ନାଗରିକଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସମ୍ବିଧାନ ବଞ୍ଚାଓ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ନୟାଗଡ଼ ଜିଲ୍ଲା ସଭାପତି ଦିଗାମ୍ବର ବେହେରା, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ଲକ୍ଷ୍ମୀଧର ତ୍ରିପାଠୀ, ଆଲୋକ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଶାନ୍ତା , ଜ୍ୟୋତି ରଞ୍ଜନ ଦାସ, ସୁରେନ୍ଦ୍ର ନାୟକ ଙ୍କ ସହ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେଇଥିଲେ।

You might also like