ନୟାଗଡ଼ରେ ଦୁଇ ଦିନିଆ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

NAYAGADA TODAY-ସ୍ଥାନୀୟ କେ.ସି କ୍ଲବରେ ଚାଲିଥିବା ଦୁଇ ଦିନିଆ ରାଜ୍ୟ ସ୍ତରୀୟ  ପ୍ରଥମ ଭଗବାନ ଅଗ୍ରୱାଲ ସ୍ମୃତି ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି | ଡୁପ୍ଲିକେଟଇଭେଣ୍ଟରେ  ଭୁବନେଶ୍ୱର ଚମ୍ପିୟାନ ହୋଇ ମାନପତ୍ର ସହ ପାଞ୍ଚ ହଜାର ଟଙ୍କା ଆର୍ଥିକ ପୁରସ୍କାର ଗ୍ରହଣ କରିଥିବାବେଳେ ଆୟୋଜକ କେ.ସି କ୍ଲବ ଡୁପ୍ଲିକେଟରେ ରନର୍ସ ଅପ ହୋଇ ମାନପତ୍ର ସହ ତିନି ହଜାର ଟଙ୍କା ଗ୍ରହଣ କରିଛନ୍ତି |ସେହିପରି ପେୟାର ଇଭେଣ୍ଟରେ ଭୁବନେଶ୍ୱର ଓଡିଶା ଷ୍ଟେଟ ରିକ୍ରେସନ କ୍ଲବ ଚମ୍ପିୟାନ ହୋଇ ଦୁଇ ହଜାର ଅର୍ଥ ରାଶି ଗ୍ରହଣ କରିଛନ୍ତି |ଆଜିର ମ୍ୟାଚକୁ ଓଡିଶା ବ୍ରିଜ ଆସୋସିଏସନ ସ୍ୱୀକୃତି ପ୍ରାପ୍ତ ଡାଇରେକ୍ଟର ଭୀମସେନ ପ୍ରଧାନ ପରି ଚାଳନା କରିଥିଲେ |କୃତୀ ପ୍ରତିଯୋଗୀମାନଙ୍କୁ ପୌରପାରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,ଓଡିଶା ବ୍ରିଜ ଆସୋସିଏସନର ସଭାପତି ଶୁଭେନ୍ଦୁ ମୋହନ ପଟ୍ଟନାୟକ, ସମ୍ପାଦକ ତାପସ ବିଶ୍ୱାଳ, କେ.ସି କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଉପସ୍ଥିତ ରହି ପୁରସ୍କୃତ କରିଥିଲେ |ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଉପସଭାପତି ଭବାନୀ ଶଙ୍କର ଦାସ, ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର, କୋଷାଧକ୍ଷ ରିଟୁ ମହାପାତ୍ର, ଗଗନ ମହାପାତ୍ର,ପପୁ ମିଶ୍ର, ବରିଷ୍ଠ ସଭ୍ୟ ଉମା ଶଙ୍କର ଦାସ, ଝୁନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଗେଇ ନେଇଥିଲେ l

You might also like