NAYAGADA TODAY-ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ର ପୋଖରୀଗୋଛା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ କରାଯାଇଥିଲା।ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସୁନ୍ଦରତୋଳା ରାସ୍ତା ନିର୍ମାଣ, କୋଠଘର, ସଭାଗୃହ, ଅଙ୍ଗନବାଡ଼ି କେନ୍ଦ୍ର ଓ ଭୋଗ ମଣ୍ଡପ ଗୃହ ଆଦି ପ୍ରକଳ୍ପ ସାମିଲ ରହିଛି।ଏହାସହ ଅଞ୍ଚଳର ନାଗରିକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯିବା ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସଂକଳ୍ପ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଗ୍ରାମାଞ୍ଚଳରେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଏହି ଅବସରରେ କୁହାଯାଇଥିଲା। ଜନସାଧାରଣଙ୍କ ସୁବିଧା, ସମୃଦ୍ଧି ଓ ସର୍ବାଙ୍ଗୀଣ ବିକାଶ ପାଇଁ ଆଗାମୀ ଦିନରେ ମଧ୍ୟ ଉଦ୍ୟମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।