ବିଶ୍ୱବିଖ୍ୟାତ ଅର୍ଥନୀତି, ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗ ରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ

ବିଶ୍ୱବିଖ୍ୟାତ, ଅର୍ଥନୀତି ବିଶାରଦ ତଥା ଭାରତରପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗ ରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ଶ୍ରଦ୍ଧାଞ୍ଜଳି ସଭା ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକସଭାପତିତ୍ବ କରିଥିବା ବେଳେ ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗ ରେ ଶୋକ ପ୍ରକାଶ କରିବା ସହିତ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୁତି ଚାରଣ କରିଥିଲେ,,ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ମାନ୍ୟବରବିଧାୟକ ରମେଶ ଚନ୍ଦ୍ର ବେହେରା,ପୋୖରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ,, ବିଶ୍ଵନାଥ ମହାପାତ୍ର,, ବରିଷ୍ଠ ଆଇନଜୀବୀ ରଣଜିତ ଦାସ, କୃଷକ ନେତା ସନ୍ତୋଷ ପ୍ରଧାନ,ଓଡ଼ଗାଁ ବ୍ଲକଅଧକ୍ଷ ଲୋକନାଥ ସାହୁ ଜୋଗ ଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ ବିୟୋଗ ରେ ଶୋକ ପ୍ରକାଶ କରି ସ୍ମୁତି ଚାରଣ କରି,ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେ ଦେଶର ଜଣେ ମହାନ୍
ବୀରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ସାରା ବିଶ୍ବରେ ସୁପରିଚିତ ଥିଲେ ମନମୋହନ ସିଂ । ତାଙ୍କ ଶାନ୍ତ ସ୍ଵଭାବ ତାଙ୍କୁ ରାଜନୀତିରେ ସ୍ଵତନ୍ତ୍ର କରିଥିଲା ବୋଲି କହିଥିଲେ
ଡିସେମ୍ବର ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କର ପରଲୋକ ହୋଇଛି। ହେଲେ ଭାରତୀୟ ଅର୍ଥନୀତିର କୌଟିଲ୍ୟ କୁହାଯାଉଥିବା ଶ୍ରୀ ସିଂଙ୍କର ଅନେକ କଥା ଅନେକ ପଦକ୍ଷେପ ସବୁଦିନ ପାଇଁ ମନେରହିବ।

ଏଥି ସହିତ, ଅଧ୍ୟାପକ ଉମରମଲ୍ଲିକ, ଆଇନଜୀବି କିଶୋର ମହାପାତ୍ର, ଇରାନୀ ରାୟ, ଶ୍ରୀକାନ୍ତ ପଟ୍ଟନାୟକ,, ଦିଲୀପ ବିଶୋଇ, ଦେବରାଜ ନାୟକ ,, ପ୍ରଦୀପ ସାହୁ ଉପସ୍ଥିତ ରହି ସର୍ବ ଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଭାରତରପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କବିୟୋଗ ରେ ସ୍ମୁତି କୁ ଆଲୋକ ପାତ କରି ସ୍ମୁତି ଚାରଣ କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ ପରିଚାଳନା କରିଥିବା ବେଳେ,ସର୍ବ ଦଳୀୟ କର୍ମ କର୍ତା,, ସମାଜ ସେବୀ, ସାମ୍ବାଦିକ ବନ୍ଧୁ,, ବୁଦ୍ଧିଜିବୀ,, ବରିଷ୍ଠ ନାଗରିକ, ତଥା ନୟାଗଡ଼ ଜନସାଧାରଣ ଉପସ୍ଥିତ ରହିଭାରତରପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଡ଼ ମନମୋହନ ସିଂ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପରିଶେଷରେ ଗଙ୍ଗାଧର ପଣ୍ଡା ଧନ୍ୟ ବାଦ ଅର୍ପଣ କରିଥିଲେ

You might also like