NAYAGADA TODAY-ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାଣ୍ଡିଆର ଉପକାରିତା, ପୁଷ୍ଟିକର ଖାଦ୍ୟ ଭାବେ ଏହାର ଗୁରୁତ୍ୱ ଏବଂ ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆର ବ୍ୟବହାର ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା।ମାଣ୍ଡିଆ ଏକ ପୁଷ୍ଟିସମୃଦ୍ଧ ଶସ୍ୟ ହୋଇଥିବାରୁ ଏହାର ଚାଷ ଓ ବ୍ୟବହାରକୁ ଅଧିକ ଲୋକପ୍ରିୟ କରିବା ସହ ଚାଷୀଙ୍କୁ ମାଣ୍ଡିଆ ଚାଷ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ମାଣ୍ଡିଆ ଚାଷ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ଓ ପୁଷ୍ଟିକର ଖାଦ୍ୟର ପ୍ରସାର ଦିଗରେ ସଚେତନତା ସୃଷ୍ଟି କରାଯାଇଥିଲା।

କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ, ଙ୍କ ସହ ଜିଲାପାଳ ମଧୁମିତା ରଥ,,ଜିଲାପରିଷଦଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ଉପଜିଲ୍ଲାପାଳ,, କନ୍ଧମାଳ ସଂସାଦ ଙ୍କ ପ୍ରତିନିଧି ଙ୍କ ସହ ବାଚସ୍ପତି ମହୋଦୟା ସୁରମା ପାଢ଼ୀ ଙ୍କ ପ୍ରତିନିଧି, ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ଲଗ୍ନଜିତ ରାଉତ ଙ୍କ ସହ ବିଭିନ୍ନ ବିଭାଗର କର୍ମକର୍ତ୍ତା, ଚାଷୀ ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ।ମାଣ୍ଡିଆ ଦିବସ ଉପଲକ୍ଷେ ଅନୁଷ୍ଠିତ ବକୃତା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତକରାଯିବା ସହ ମାଣ୍ଡିଆ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା