ନୟାଗଡ଼ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

NAYAGADA TODAY-ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ଏହି ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ନିମନ୍ତେ ସମସ୍ତେ ଶପଥ ଗ୍ରହଣ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ଗଠନ ଓ ଜାତୀୟ ସଂହତି ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।ଭାରତର ଲୌହମାନବ ତଥା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖକୁ ଜାତୀୟ ଏକତା ଦିବସ ଭାବେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ପାଳନ କରାଯାଇଛି। ଜାତୀୟ ଏକତା ଦିବସ ଅବସରରେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଦିନ ତମାମ ଗଣଦୌଡ, ପ୍ୟାରେଡ୍ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି ଅବସରରେ ସକାଳ ୭ଟାରେ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌) ଠାରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପର୍ଯ୍ୟନ୍ତ ‘ରନ୍ ଫର୍ ୟୁନିଟି’ ବା ଏକତା ଦୌଡ଼ ଆୟୋଜିତ ହୋଇଥିଲା ଏହି ସମାରୋହରେ ନୟାଗଡ଼ ଜିଲାପାଳ ଶ୍ରୀମତୀ ମଧୁମିତା ରଥ, ଏସ୍‌ପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଜିଲ୍ଲାପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପି.ଟି.ଏସ ପ୍ରିନସିପାଲ ଶ୍ରୀ ଭବେଶ ନାୟକ, ଅତିରିକ୍ତ ଏସ୍‌ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଆଦି ଅତିଥି ଭାବେ ଯୋଗଦେଇ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିଥିଲେ ଏବଂ ଶପଥ ପାଠ କରାଇ ଥିଲେ । ଏହି ଉତ୍ସବରେ ଏସ୍‌ଡିପିଓଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।ଦିନ 11 ଟା ସମୟ ରେ କାର୍ଯ୍ୟନିର୍ବାହୀ ଏସ୍‌ପି ଶ୍ରୀ ସୁବାସ ପଣ୍ଡା, ଅତିରିକ୍ତ ଏସ୍‌ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ଅନ୍ୟ ଅଫିସର ମନେ ଏକତା ଶପଥ ନେଇଥିଲେ |ଅପରାହ୍ନ ୪ଟାରେ ରିଜର୍ଭ ପୋଲିସ ପ୍ୟାରେଡ୍ ପଡ଼ିଆରେ ମୁଖ୍ୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ଏସ୍‌ପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ଏସ୍‌ପି ଶ୍ରୀ ସୁବାସ ପଣ୍ଡା, ଅତିରିକ୍ତ ଏସ୍‌ପି ଶ୍ରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଏବଂ ଏସ୍‌ଡିପିଓଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ରିଜର୍ଭ ପୋଲିସର ଆର୍‌ଆଇ ଶ୍ରୀ ବିରଞ୍ଚି ନାରାୟଣ ନାୟକଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ପ୍ୟାରେଡ୍ ପରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ସନ୍ଧ୍ୟା ୫ଟା ୩୦ରୁ ଗୁଜରାଟର କେଭାଡ଼ିଆଠାରୁ ପ୍ରସାରିତ ହୋଇଥିବା ଲାଇଭ୍ ଟେଲିକାଷ୍ଟ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଏକତା ଦିବସ ସମ୍ବନ୍ଧୀୟ ବାର୍ତ୍ତା ଶ୍ରବଣ କରିଥିଲେ ।ଏହି ସମାରୋହରେ ନୟାଗଡ଼ ଏସ୍‌ପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଏକତା, ଅଖଣ୍ଡତା ଓ ଦେଶର ସୁରକ୍ଷା ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍ମରଣ କରିଥିଲେ।ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବା ସହ ଜାତୀୟ ସଂହତିର ଭାବନାକୁ ସମାଜର ପ୍ରତ୍ୟେକ ସ୍ତରରେ ସୁଦୃଢ଼ କରିବାର ସଂକଳ୍ପ ସହିତ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା।

You might also like