ନୟାଗଡ଼: ନୟାଗଡ଼ ପୌରପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର (OMAS)ଙ୍କ ବିରୋଧରେ ସମ୍ପତ୍ତି ତଦନ୍ତ ରିପୋର୍ଟ ଦାଖଲ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି। ଏନେଇ ଜନ ଶୁଣାଣି ଶିବିର ରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ, ସ୍ୱାତି ମିଶ୍ରଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଦାଖଲ କରିବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହି ଦାବିକୁ ନେଇ ରୀନା ଘଡ଼େଇ ଓ ତାଙ୍କ ସମର୍ଥକମାନେ ଜିଲ୍ଲାପାଳଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି ଉଠିଛି।ଏ ଘଟଣା ନେଇ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣକରା ନଯାଏ ତେବେ ଆଗାମୀ ଦିନରେ ରୀନା ଘଡେଇ ଓ ତାଙ୍କ ପରିବାର ପକ୍ଷରୁ ଆମରଣ ଅନଶନ କରା ଯିବ ବୋଲି ଚେତାବନୀ ଦେଇଛନ୍ତି