-ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କ ସମନ୍ୱୟ ବୈଠକ।

ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ନାୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଆରକ୍ଷୀ ଅଧିକ୍ଷକ ରାହୁଲ୍ ଜୈନ ସଂଘ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂଘର ସଭାପତି ବିନାୟକ ମିଶ୍ର ଓ ସଦସ୍ୟ ମାନେ ଆରକ୍ଷୀ ଅଧିକ୍ଷକ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଆରକ୍ଷୀ ଅଧିକ୍ଷକ ମୟାଗଡ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିବା ସହିତ ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା ନେଇ ଆଲୋକପାତ କରିଥିଲେ। ସମଗ୍ର ନୟାଗଡ଼ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ସାଧାରଣ ନିର୍ବାଚନ ପରିଚାଳନାରେ ପୋଲିସ୍ ପ୍ରଶାସନର ଭୂମିକା ସହ ସମସ୍ତ ଛାପା , ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗକୁ ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଥିଲେ।

ଆଗାମୀ ଦିନରେ ନୟାଗଡ଼ ଜିଲ୍ଲା ଅଧୀନ ବିଭିନ୍ନ ଥାନାରେ କାର୍ଯ୍ୟକାରୀ ହେବାକୁ ଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ସଂଘର ସଂପାଦକ ଭବାନୀ ଶଙ୍କର ସିଂହ ସାମନ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସଂଘର ବରିଷ୍ଠ ସଭ୍ୟ ପ୍ରଭାକର ଶିରୋମଣି ଓ ଅନ୍ୟମାନେ ବିଭିନ୍ନ ପ୍ରସଂଗକୁ ନେଇ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପଡା ଏସ.ଡି.ପି.ଓ.ବିମଳ କୁମାର ବାରିକ, ଏସ.ଆଈ.ମନସ୍ମିତା ସାହୁଙ୍କ ସମେତ ସାମ୍ବାଦିକ ସଂଘର 35 ରୁ ଊର୍ଦ୍ଧ୍ବ ସଦସ୍ୟ ଓ ଶୁଭେଚ୍ଛୁ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

You might also like