ଅଡିଟ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ସହ ଆଲୋଚନା । ବୈଠକ ରେ ଯୋଗଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ
NAYAGADA TODAY-ଅଡିଟ ସପ୍ତାହ ୨୦୨୬ ପାଳନର ଅଂଶ ସ୍ୱରୂପ, ପ୍ରଥମ ମହାଲେଖାକାର (ଅଡିଟ୍-୧), ଓଡ଼ିଶାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ସୃଷ୍ଟି କରିବା ତଥା ସେମାନଙ୍କ ଆର୍ଥିକ ପରିଚାଳନା, ଉତ୍ତରଦାୟିତ୍ୱ ଓ ସୁଶାସନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦୁଇଟି ଭାବ ବିନିମୟ ବୈଠକ ଆୟୋଜନ କରାଯାଇଥିଲା।ପ୍ରଥମ ବୈଠକରେ ସ୍ଥାନୀୟ ପାଣ୍ଠି ଅଡିଟ୍ ନିର୍ଦ୍ଦେଶାଳୟ (DLFA), ଅର୍ଥ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର କାର୍ଯ୍ୟପ୍ରଣାଳୀ, ଆର୍ଥିକ ପରିଚାଳନା ଓ ଅଡିଟ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।ଦ୍ୱିତୀୟ ବୈଠକରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ମୁକ୍ତ ଆଲୋଚନା କରାଯାଇଥିଲା। ଏଥିରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଏବଂ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ l