NAYAGADA TODAY-ଚଳିତ ନଭେମ୍ବର ମାସ ୨୪ ତାରିଖରୁ କଟକ ବାଲିଯାତ୍ରା ପଡ଼ିଆରେ ୧୦ ଦିନ ବ୍ୟାପୀ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରାର ପ୍ରଚାର ପ୍ରସାର -ପାଇଁ କଟକଠାରୁ ବାହାରିଥିବା ଏକ ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରୁଅଛି । ଏହି ଅବସରରେ ଗତ କାଲି ସନ୍ଧ୍ୟା ସମୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରଥ ପହଞ୍ଚିଥିଲା । ସେଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୁମିତ୍ରା ଭୂୟାଁ ରଥକୁ ସ୍ବାଗତ କରିଥିଲେ l