NAYAGADA TODAY-ଆସନ୍ତା ବୋଇତ ବନ୍ଦାଣ ଯାତ୍ରା ଉତ୍ସବକୁ ଦୃଷ୍ଟିରେ ରଖି ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଉତ୍ସବ ସ୍ଥଳରେ ପୋଖରୀ ସଫେଇ ସହ ପରିମଳ ବ୍ୟବସ୍ଥା ଏବଂ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟରେ ପୌରପାଳିକାର ଅଧିକାରୀ ଓ କର୍ମଚାରୀମାନେ ତତ୍ପରତା ଦେଖାଇଛନ୍ତି।ଏହି ପ୍ରସ୍ତୁତି କାର୍ଯ୍ୟକୁ ପୌର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ନିଜେ ଉପସ୍ଥିତ ରହି ତଦାରଖ କରିଥିଲେ। ଉତ୍ସବ ପୂର୍ବରୁ ସମସ୍ତ କାର୍ଯ୍ୟ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁ ଓ ସହରବାସୀଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି ଉପରେ ପୌରପାଳିକା ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଉତ୍ସବକୁ ସଫଳ ଓ ଆକର୍ଷଣୀୟ କରିବା ପାଇଁ ପୌର ପ୍ରଶାସନର ଏହି ତତ୍ପରତାକୁ ସହରବାସୀ ସ୍ୱାଗତ କରିଛନ୍ତି।