NAYAGADA TODAY-ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଭାଙ୍ଗିପଡ଼ିଲା ଗରିବ ପରିବାରର ଘର। ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ଏବେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ପରିବାର ସଦସ୍ୟ।ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢ଼ିପି ପଞ୍ଚାୟତର ବାଲେଣ୍ଡା ନୂଆସାହିର ଦେବରାଜ ସାହୁଙ୍କ ପରିବାରରୁ। ସୂଚନା ଅନୁଯାୟୀ, ଦେବରାଜ ଓ ତାଙ୍କ ପତ୍ନୀ ବାଉରୀ ସାହୁ ଗାଁ ଗାଁ ବୁଲି ଦହିବରା ବିକ୍ରି କରି ୬ ଜଣିଆ ପରିବାର ଚଳାଉଛନ୍ତି। ଦହିବରା ବିକ୍ରି କରି ତିନି ଝିଅଙ୍କୁ ବିବାହ ଦେଇଥିବା ବେଳେ ଗୋଟିଏ ପୁଅ ପାଠ ପଢ଼ୁଛନ୍ତି।ପରିବାରଟି ଭଙ୍ଗା ଆଜବେଷ୍ଟସ୍ ଘରେ ରହୁଥିବା ବେଳେ ଘର ଖଣ୍ଡିଏ ପାଇଁ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି। ଏବେ ବାତ୍ୟା ପ୍ରଭାବରେ ଘରଟି ଭାଙ୍ଗିପଡ଼ିବାରୁ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି।ଏଭଳି ଅସହାୟ ପରିବାର ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ଆବଶ୍ୟକ ସହାୟତା ଓ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଦାବି ହୋଇଛି l