ଅନନ୍ତ ଦୃଷ୍ଟି ପକ୍ଷରୁ ନାରାୟଣ ଯଜ୍ଞ ଅନୁଷ୍ଠିତ

NAYAGADA TODAY-ଅନନ୍ତ ଦୃଷ୍ଟି ପକ୍ଷରୁ ପୁରୁଣା ସହରସ୍ଥିତ ମା’ ଚଣ୍ଡୀ ମନ୍ଦିର ପରିସରରେ ନାରାୟଣ ଯଜ୍ଞ ଧାର୍ମିକ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞରେ ଅନନ୍ତ ଦୃଷ୍ଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାର୍ଚ୍ଚନା ଓ ଯଜ୍ଞ କାର୍ଯ୍ୟରେ ସାମିଲ ହୋଇଥିଲେ। ମନ୍ତ୍ରପାଠ ଓ ହୋମଯଜ୍ଞରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଏହି ଅବସରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଧାର୍ମିକ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ପରିଲକ୍ଷିତ ହୋଇଥିଲା।ପ୍ରସାଦ ସେବନ ସହିତ ଅର୍ଣ୍ଣପ୍ରସାଦ ବଣ୍ଟନ ହୋଇଥିବା ବେଳେ ଗରିବ ଅସହାୟ କୁ କମ୍ବଳ ବଣ୍ଟନ କରାଯାଇଥିଲା l

You might also like