ବୋଇତ ବନ୍ଦାଣ ଯାତ୍ରା ପାଇଁ ଅନୁକୂଳ ମସାଲ ଶୋଭାଯାତ୍ରା, ଦକ୍ଷିଣ କାଳୀ ପଡ଼ିଆରେ ମସାଲ ସ୍ଥାପନ

NAYAGADA TODAY-ବୋଇତ ବନ୍ଦାଣ ଯାତ୍ରା ଉତ୍ସବକୁ ନେଇ ଆରମ୍ଭ ହୋଇଛି ଧାର୍ମିକ ପରମ୍ପରା ଓ ଶୁଭାରମ୍ଭର ପ୍ରସ୍ତୁତି। ଏହି ଅବସରରେ ବୋଇତ ବନ୍ଦାଣ ଯାତ୍ରା କମିଟି ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିରରୁ ଏକ ଅନୁକୂଳ ମସାଲ ଶୋଭାଯାତ୍ରା ବାହାରି ଦକ୍ଷିଣ କାଳୀ ମନ୍ଦିର ନିକଟସ୍ଥ ବୋଇତ ବନ୍ଦାଣ ଯାତ୍ରା ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ଯାତ୍ରା କମିଟିର ସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ଯାତ୍ରା ମଞ୍ଚରେ ମସାଲ ସ୍ଥାପନ କରାଯାଇଥିଲା। ଏହି ମସାଲ ସ୍ଥାପନ ସହ ବୋଇତ ବନ୍ଦାଣ ଯାତ୍ରା ଉତ୍ସବର ଶୁଭାରମ୍ଭ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

You might also like