NAYAGADA TODAY-ବାଲ୍ୟ ବିବାହ ଭଳି ଏକ ସାମାଜିକ କୁପ୍ରଥାକୁ ରୋକିବା ପାଇଁ ବିଭିନ୍ନ ସମୟରେ ସଚେତନତା ଶୋଭାଯାତ୍ରାଠାରୁ ଆରମ୍ଭ କରି ପଥପ୍ରାନ୍ତ ନାଟକ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ତଥାପି ଏହି କୁପ୍ରଥା ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଏଭଳି ସ୍ଥିତିରେ ଏକ ନିଆରା ଢଙ୍ଗରେ ବାଲ୍ୟ ବିବାହ ମୁକ୍ତ ନୟାଗଡ଼ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ନୟାଗଡ଼ ଜିଲ୍ଲାର ଗଣିଆ ଅଞ୍ଚଳରେ ସେଚ୍ଛାସେବୀ ସଂଗଠନ ପକ୍ଷରୁ ମାଟି ଦୀପ ପ୍ରଜ୍ୱଳନ କରି ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଦୀପର ଆଲୋକରେ ବାଲ୍ୟ ବିବାହ ମୁକ୍ତ ନୟାଗଡ଼ ଲେଖିବା ସହିତ ଦୀପ ଜାଳି ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।
ବାଲ୍ୟ ବିବାହ ଏକ ଗୁରୁତର ସାମାଜିକ ସମସ୍ୟା। ଏହା ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏଣୁ ଏହାକୁ ରୋକିବା ପାଇଁ ପ୍ରତ୍ୟେକ ଅଭିଭାବକ, ଯୁବପିଢ଼ି ଓ ସମାଜର ସମସ୍ତ ବର୍ଗର ଲୋକେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛିସଭାପତି ଉଷା ପଟ୍ଟନାୟକ, ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯଦି ଆପଣଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ଖବର ପାଉଛନ୍ତି ତେବେ ତୁରନ୍ତ ଆଶା, ଅଙ୍ଗନବାଡ଼ି କର୍ମୀ, ସିଡିପିଓ, ପୋଲିସ, ସରପଞ୍ଚ, ଚାଇଲ୍ଡ ଲାଇନ ଏବଂ ୧୦୯୮କୁ କଲ୍ କରି ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସଂଗଠନ ତରଫରୁ ନିବେଦନ କରାଯାଇଛି।
ଜନସାଧାରଣ ସଚେତନ ହେଲେ ନୟାଗଡ଼ ଜିଲ୍ଲା ନିଶ୍ଚିତ ବାଲ୍ୟ ବିବାହ ମୁକ୍ତ ହେବ। ଏଥିରେ ସନ୍ଦେହ ନାହିଁ ବୋଲି ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଛନ୍ତି।
You might also like