ଧୁମ୍ଧାମରେ ପାଳିତ ହେଲା ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା,ଅଭିନେତ୍ରୀ ସୂର୍ଯ୍ୟମୟୀ ଙ୍କ ସହ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ ଓ ସହରବାସୀ
NAYAGADA TODAY-ଉତ୍ସବମୁଖର ପରିବେଶ ମଧ୍ୟରେ ଧୁମ୍ଧାମରେ ପାଳିତ ହୋଇଛି ପବିତ୍ର ବୋଇତ ବନ୍ଦାଣ ଯାତ୍ରା। ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ମନେ ପକାଇ ଆୟୋଜିତ ଏହି ଯାତ୍ରାରେ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକତା ଓ ଉତ୍ସାହର ମାହୋଲ।ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ ସହ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରଙ୍ଗବେରଙ୍ଗ ଆଲୋକସଜ୍ଜା, ସୁସଜ୍ଜିତ ବୋଇତ ଏବଂ ଲୋକଙ୍କ ଭିଡ଼ରେ ପରିବେଶ ହୋଇଉଠିଥିଲା ଉତ୍ସବମୁଖର।ଏହି ଅବସରରେ ବିଭିନ୍ନ ବର୍ଗର ଲୋକ, ଜନପ୍ରତିନିଧି, ସାମାଜିକ କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ଉତ୍ସବର ଆନନ୍ଦ ନେଇଥିଲେ। ଓଡ଼ିଆ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ସହ ଏହି ଯାତ୍ରା ଭାଇଚାରା ଓ ସାଂସ୍କୃତିକ ଏକତାର ବାର୍ତ୍ତା ଦେଇଛି l