NAYAGADA TODAY-ଚୋରା ମଦ କାରବାର ଉପରେ ରୋକ୍ ଲଗାଇବାକୁ ବାହାଡ଼ାଝୋଲା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବେଆଇନ ମଦ ବିକ୍ରି ଓ ଚୋରା କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ପୋଲିସ ପକ୍ଷରୁ ଯାଞ୍ଚ ଓ ଚଢ଼ାଉ ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି।ଅଞ୍ଚଳରେ ବେଆଇନ ମଦ କାରବାର ଯୋଗୁଁ ସାମାଜିକ ଶୃଙ୍ଖଳା ଓ ଜନଜୀବନ ଉପରେ ପଡ଼ୁଥିବା କୁପ୍ରଭାବକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ପୋଲିସ ପ୍ରସ୍ତୁତ ରହିଛି।ପୋଲିସର ଏହି ଅଭିଯାନକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିବା ସହ ଚୋରା ମଦ କାରବାର ସମ୍ପର୍କରେ ପୋଲିସକୁ ସୂଚନା ଦେବାକୁ ଆହ୍ୱାନ ଦିଆଯାଇଛି।