ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୟାଗଡ଼ ଜିଲ୍ଲା ମାସିକ ବୈଠକ ଅନୁଷ୍ଠିତ

NAYAGADA TODAY-ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନୟାଗଡ଼ ଜିଲ୍ଲା ପକ୍ଷରୁ ମାସିକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଗଠନର ବର୍ତ୍ତମାନ ସ୍ଥିତି, ଜିଲ୍ଲାରେ ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ଯୋଜନା ପ୍ରସ୍ତୁତ କରାଯାଇଥିଲା।ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା କ୍ଷେତ୍ରରେ ସଂଗଠନର ଭୂମିକା ଏବଂ ଆଗାମୀ ସାଂଗଠନିକ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ମତବିନିମୟ କରାଯାଇଥିଲା। ଜିଲ୍ଲାରେ ସଂଗଠନକୁ ଅଧିକ ସକ୍ରିୟ ଓ ମଜଭୁତ କରିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଉପସ୍ଥିତ ସଦସ୍ୟମାନେ ଆଗାମୀ ଦିନରେ ସଂଗଠନର କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

You might also like