ସୁନ୍ଦରଗଡ଼କୁ ହରାଇ ଫୁଲବାଣୀ ଏଫ୍‌ଏ ଚାମ୍ପିଅନ୍‌

NAYAGADA TODAY-ଶରଣକୁଳ ନାରାୟଣ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ୬୫ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟ ରବିବାର ଫାଇନାଲ ମ୍ୟାଚରେ ଫୁଲବାଣୀ ଏଫଏ. ୪-୨ ଗୋଲରେ ଡିଏ ସୁନ୍ଦରଗଡ଼କୁ ହରାଇ ଚାମ୍ପିଅନ ହୋଇଛି। ଆଜିର ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ,ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ,ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ବିଜେଡି ରାଜ୍ୟ କାର୍ଯ୍ୟକର୍ତ୍ତା କ୍ୟାପଟେନ ମନ୍ମଥ ରାଉତରାୟ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ,ଶରଣକୁଳ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଗୋଡିପଡା ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପଢିଆରୀ,ସାମାଜିକ କର୍ମୀ ମନସୁର ବକ୍ସ,ପ୍ରଫୁଲ କୁମାର ନାଏକ, ତ୍ରିନାଥ ବିଶ୍ୱାଳ,ପ୍ରସନ୍ନ କୁମାର ସାହୁ ଓ ପ୍ରଫୁଲ୍ଲ କୁମାର ସାହୁ ଆଦି ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ରବିନାରାୟଣ ଚୌଧୁରୀ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ  ବିଜେତା ଫୁଲବାଣୀ ଦଳକୁ ଚାମ୍ପିଅନ ଟ୍ରଫି ସହ ୩୦ ହଜାର ଟଙ୍କା ଓ ଉପବିଜେତା ସୁନ୍ଦରଗଡ଼କୁ ରନର୍ସ ଟ୍ରଫି ସହ ୨୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି, ଶ୍ରେଷ୍ଠ ଖେଳାଳି ଭାବେ ଫୁଲବାଣୀ ଦଳର ଜୋସେଫଙ୍କୁ ଟ୍ରଫି ସହ ୧ ହଜାର ଟଙ୍କା ଏବଂ ଟୁଣ୍ଣାର୍ମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସୁନ୍ଦରଗଡ଼ର ମହେଶ ପ୍ରଧାନଙ୍କୁ ଟ୍ରଫି ସହ ୨ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।  ଖେଳକୁ ମୁଖ୍ୟ ରେଫରି ଭାବେ ଏମଡି ସାକଲିନ ପରିଚାଳନା କରିଥିବା ବେଳେ ଲାଇନରେ ପ୍ରସନ୍ନ କୁମାର ନାୟକ,ଜଗନ୍ନାଥ ପରିଡା ୪ର୍ଥ ରେଫରୀ ଭାବେ ଜ୍ୟୋତିରଞ୍ଜନ ସ୍ୱାଇଁ ଏବଂ ମ୍ୟାଚ କମିଶନର ଭାବେ ଚିତ୍ତରଞ୍ଜନ ବରାଡ଼ ଖେଳରେ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ସ୍ବେଚ୍ଛାସେବୀ ସହଯୋଗ କରିଥିବା ବେଳେ ଶେଷରେ ଆତସବାଜିକୁ ଦର୍ଶକ ମନଭରି ଉପଭୋଗ କରିଥିଲେ।

You might also like