NAYAGADA TODAY-ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାରେ ନିଶା ନିବାରଣ ଅଭିଯାନକୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ପାଇଁ NCORD କମିଟିର ଏକ ବୈଠକଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ, କମିଟିର ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଏବଂ ନିଶାମୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।୨୦୨୯ ସୁଦ୍ଧା ‘ନିଶାମୁକ୍ତ ଭାରତ’ ଗଠନର ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ନିଶା କାରବାର ଉପରେ ପ୍ରଭାବଶାଳୀ ତଦାରଖ ଏବଂ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଜିଲ୍ଲାରେ ନିଶା ବିରୋଧୀ ଅଭିଯାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଏହାକୁ ଅଧିକ ସମନ୍ୱିତ ଓ ଫଳପ୍ରଦ କରିବା ପାଇଁ କମିଟି ପକ୍ଷରୁ ସଂକଳ୍ପ ନିଆଯାଇଥିଲା। ନିଶାମୁକ୍ତ ସମାଜ ଗଠନରେ ପ୍ରଶାସନ, ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଯାଇଥିଲା।
You might also like