ରୋଟାରୀ କ୍ଲବ ନୟାଗଡ଼ ଓ ହେଲ୍ଥଭିଲେ ନାଚୁରୋପାଥି ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ରୋଟାରୀ କ୍ଲବ ନୟାଗଡ଼ ଓ ହେଲ୍ଥଭିଲେ ନାଚୁରୋପାଥି ହସ୍ପିଟାଲର ମିଳିତ ସହଯୋଗରେ କ୍ଲବ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ।କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା। ଡାଇବେଟିସ୍‌, ମୋଟାପଣ ଓ ଆଣ୍ଠୁଗଣ୍ଠି ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ରୋଗୀଙ୍କୁ ବିଶେଷ ପରାମର୍ଶ ଦେବା ସହ ବିଭିନ୍ନ ପ୍ରକାରର ଥେରାପି ପ୍ରଦାନ କରାଯାଇଥିଲା।ଆଗାମୀ ଦିନରେ ଏଭଳି ସ୍ୱାସ୍ଥ୍ୟ ଶିବିରକୁ ଅଧିକ ବ୍ୟାପକ ଭାବେ ଆୟୋଜନ କରାଯିବ ବୋଲି କ୍ଲବ ସଭାପତି ବାସୁଦେବ ସାହୁ କହିଥିଲେ। ହେଲ୍ଥଭିଲେ ହସ୍ପିଟାଲର ଡାକ୍ତର ଓ ସହକର୍ମୀମାନେ ଶିବିରର ପରିଚାଳନା କରିଥିଲେ। ଏହି ଶିବିରରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ରାଧେଶ୍ୟାମ ମହୋତା, ଜି. ରଶ୍ମିରାଜ, ମଦନମୋହନ ମହାପାତ୍ର, ଦିପେଶ ରଞ୍ଜନ ସାହୁ, ଗୀତାଞ୍ଜଳି ମହାପାତ୍ର, ଶ୍ରୀକୁମାର ରଥ, ଗୁଣନିଧି ଶତପଥୀ, ଅବିନାଶ ସାହୁ, ଧୀରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

You might also like