ନୟାଗଡ଼ରେ ପୋଷଣ ଓ ଜୀବିକା ସୁରକ୍ଷା ପ୍ରକଳ୍ପର ଶୁଭାରମ୍ଭ ପାଇଁ ପ୍ରସ୍ତୁତି: ୧୨୦୦ ମହିଳା SHG ଉଦ୍ୟୋଗୀ ହେବେ ସାମିଲ

NAYAGADA TODAY-କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାଦ୍ୟ, ପୋଷଣ ଓ ଜୀବିକା ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାରେ ଏକ ଅଭିନବ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଏନେଇ ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ Farming System for Nutrition (FSN) ମଡେଲ୍ ଆଧାରିତ ପ୍ରକଳ୍ପର ଶୁଭାରମ୍ଭ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।MSSRF ଓ କୃଷି ବିଭାଗର ସହଯୋଗରେ ଏହି ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିରେ ଓଡ଼ିଶା ଜୀବିକା ମିଶନ (OLM) ସମେତ ବିଭିନ୍ନ ବିଭାଗ ସହଯୋଗ କରିବେ। ବିଶେଷକରି ଓଡ଼ଗାଁ, ଗଣିଆ ଓ ଦଶପଲ୍ଲା ବ୍ଲକର ଜନଜାତି ଅଞ୍ଚଳରେ ୧,୨୦୦ ଜଣ SHG ଉଦ୍ୟୋଗୀଙ୍କୁ ଏହି ପ୍ରକଳ୍ପରେ ସାମିଲ କରାଯିବ।ଏହି ପଦକ୍ଷେପ ମାଧ୍ୟମରେ ଚାଷୀ ପରିବାରଙ୍କ ପୋଷଣ ସ୍ଥିତିରେ ଉନ୍ନତି, ଖାଦ୍ୟ ସୁରକ୍ଷା ସହିତ ଆୟ ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯିବ। ଜିଲ୍ଲାର ଜନଜାତି ଅଞ୍ଚଳର ଚାଷୀ ପରିବାରଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

You might also like