ନୟାଗଡ଼ରେ କଂଗ୍ରେସ କର୍ମୀଙ୍କ ବୈଠକ, ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ

NAYAGADA TODAY-ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟଠାରେ କଂଗ୍ରେସ କର୍ମୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନସ ଚୌଧୁରୀଙ୍କ ସମେତ ରଣଜିତ୍ ଦାଶ, ହୁସେନ ଖାନ୍, ମନୋଜ କୁମାର ସାହୁ, ପୀତବାସ ଖୁଣ୍ଟିଆ, ନିଲୁ ଷଡ଼ଙ୍ଗୀ ଓ ବିଭୁ ପ୍ରସାଦ ମିଶ୍ର ଯୋଗଦେଇଥିଲେ।ବୈଠକରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ କିଭଳି ଅଧିକ ସୁଦୃଢ଼ କରାଯାଇପାରିବ, ସଂଗଠନକୁ କିପରି ସକ୍ରିୟ କରାଯିବ ଏବଂ ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡ଼ାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦଳୀୟ ସଂଗଠନକୁ ମଜବୁତ କରିବା ସହ ଆଗାମୀ ଦିନରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ କର୍ମୀମାନେ ଗୁରୁତ୍ୱ ଦେଇଥିଲେ।

You might also like