NAYAGADA TODAY-ବୃତ୍ତଙ୍ଗ ନଦୀ ବନ୍ଧ ବାସଚ୍ୟୁତ ସଂଗ୍ରାମ ସମିତିର ୧୮ ଦଫା ଦାବିକୁ ନେଇ ଗୁରୁହା ସ୍କୁଲ ପଡ଼ିଆଠାରେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବିଡିଓ, ଅତିରିକ୍ତ ତହସିଲଦାର ଓ ବୃତ୍ତଙ୍ଗ ଅଧିକାରୀଙ୍କ ସମେତ ସଂଗ୍ରାମ ସମିତିର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ଭୂମି ଅଧିଗ୍ରହଣ କ୍ଷତିପୂରଣ, ପ୍ରଭାବିତ ଅଞ୍ଚଳର ସମ୍ପତ୍ତି ସର୍ଭେ, ଆର୍ଆଣ୍ଡଆର୍ ପ୍ୟାକେଜ୍ ଏବଂ ପୁନର୍ବାସ ଓ ଥଇଥାନ କଲୋନୀ ସମ୍ପର୍କିତ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଯୋଗ ଓ ଦାବି ଶୁଣିବା ସହ ଏହାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଜିଲ୍ଲାପାଳ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣାଧୀନ ଏକ ସୁଡ଼ଙ୍ଗ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ।