NAYAGADA TODAY-ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବୟସ୍କ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି।ସରକାରଙ୍କ ଏହି ଜନକଲ୍ୟାଣକାରୀ ପଦକ୍ଷେପ ଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ଆର୍ଥିକ ସହାୟତା ପାଇବା ସହ ସେମାନଙ୍କ ଜୀବନଧାରଣରେ ସହାୟତା ମିଳିପାରିବ। ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।