ବିକାଶର ନୂଆ ଅଧ୍ୟାୟ: ଧଳାବନ୍ଧରୁ ଗୋହିରିଆପଡ଼ା ପର୍ଯ୍ୟନ୍ତ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

NAYAGADA TODAY-ବିକଶିତ ଗାଁ,  ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଗଠନ ଦିଗରେ ଆଉ ଏକ ପଦକ୍ଷେପ। ଧଳାବନ୍ଧରୁ ମିଟୁଆଣୀ ଦେଇ ନୂଆଗାଁ ଓ ଗୋହିରିଆପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ।ଏହି ରାସ୍ତା ନିର୍ମାଣ ଦ୍ୱାରା ଅଞ୍ଚଳବାସୀଙ୍କ ଯାତାୟାତ ସୁଗମ ହେବା ସହ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ। ଏଥିସହ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶକୁ ନୂତନ ଦିଗ ମିଳିବ ବୋଲି ଆଶା ପ୍ରକାଶ କରାଯାଇଛି।ଏହି ପ୍ରକଳ୍ପକୁ ଖଣ୍ଡପଡ଼ା ଅଞ୍ଚଳର ବିକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି।

You might also like