ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC) – ୨୦୨୬ ପାଇଁ ବେରୁଆଁବାରୀ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠ ମନୋନୀତ; ନୟାଗଡ଼ ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ
NAYAGADA TODAY-ନୟାଗଡ଼ ଜିଲ୍ଲା ଶିକ୍ଷା ଜଗତ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ଖବର ସାମ୍ନାକୁ ଆସିଛି। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁବାରୀ ସ୍ଥିତ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠର ପ୍ରକଳ୍ପ ଦଳ ଆଗାମୀ ଜାତୀୟ ସ୍ତରୀୟ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC) – ୨୦୨୬’ ରେ ଓଡ଼ିଶାର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି।ଏହି ମନୋନୀତ ଦଳରେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସ୍ୱାଗତିକା ସାହୁ ଗୋଷ୍ଠୀ ନେତା (Group Leader) ଭାବେ ସାମିଲ ହୋଇଥିବା ବେଳେ, ମାର୍ଗଦର୍ଶକ ଶିକ୍ଷକ ଭାବେ ଶ୍ରୀ ସତ୍ୟରାମ ପ୍ରଧାନ ଏବଂ ଶ୍ରୀ ଆଶୁତୋଷ ଜେନା ତାଙ୍କୁ ଦିଗଦର୍ଶନ ଦେଇଛନ୍ତି।ଛାତ୍ରୀଙ୍କ ନିଷ୍ଠା, ବୈଜ୍ଞାନିକ ମନୋଭାବ ଏବଂ କଠିନ ପରିଶ୍ରମ ସାଙ୍ଗକୁ ଶିକ୍ଷକମାନଙ୍କର ଆନ୍ତରିକ ମାର୍ଗଦର୍ଶନ ତଥା ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୋତ୍ସାହନ ଯୋଗୁଁ ଏହି ବିରଳ ସଫଳତା ସମ୍ଭବ ହୋଇପାରିଛି। ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମାର୍ଗଦର୍ଶକ ଶିକ୍ଷକ, ସଫଳ ଛାତ୍ରୀ ଏବଂ ସମଗ୍ର ବିଦ୍ୟାଳୟ ପରିବାରକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।