NAYAGADA TODAY-ନୟାଗଡ଼ କେ.ସି କ୍ଲବପରିସରରେ ଦୁଇ ଦିନ ଧରି ଚାଲିବାକୁ ଥିବା ସ୍ୱର୍ଗତ ଭଗବାନ ଅଗ୍ରୱାଲ ସ୍ମୃତି ରାଜ୍ୟସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, ପୌରପରିଷଦର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଓଡ଼ିଶା ବ୍ରିଜ ଆସୋସିଏସନର ସହ-ସଭାପତି ଗୁଣେନ୍ଦୁ ପଟ୍ଟନାୟକ, ସମ୍ପାଦକ ତାପସ ବିଶ୍ୱାଳ, କେ.ସି କ୍ଲବର ସଭାପତି ଭାଗିରଥୀ ଦାସ, ଉପସଭାପତି ଭବାନୀ ଶଙ୍କର ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କୋଷାଧ୍ୟକ୍ଷ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ।ଖେଳକୁ ଓଡ଼ିଶା ବ୍ରିଜ ଆସୋସିଏସନର ଡାଇରେକ୍ଟର ଭୀମ ସେନ ପ୍ରଧାନ ପରିଚାଳନା କରିଥିବାବେଳେ କ୍ଲବର ଯୁଗ୍ମ ସମ୍ପାଦକ ରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଉମାଶଙ୍କର ଦାସ ପ୍ରମୁଖ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସମଗ୍ର ରାଜ୍ୟରୁ ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ଛେଣ୍ଡିପଦା, ନୟାଗଡ଼ ଆଦି ଅଞ୍ଚଳରୁ ୧୪ଟି ଟିମ୍ର ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।