ଧାନ କିଣାବିକାରେ ଅବ୍ୟବସ୍ଥା ନେଇ ନବନିର୍ମାଣ କୃଷକ ସଂଗଠନର ଅଭିଯୋଗ

NAYAGADA TODAY-ଧାନ କିଣାବିକା ପ୍ରକ୍ରିୟାରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅବ୍ୟବସ୍ଥାକୁ ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନୟାଗଡ଼ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ଧାନ କିଣାବିକାରେ ଚାଷୀଙ୍କ ସ୍ୱାର୍ଥରକ୍ଷା, ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ (MSP)ର ସଠିକ୍ ଲାଭ ଚାଷୀଙ୍କୁ ପ୍ରଦାନ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ରହିଥିବା ଅନିୟମିତତା ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଚାଷୀଙ୍କ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ମିଳିବା ସହ ଧାନ କିଣାବିକା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ସଂଗଠନ ଦାବି କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।

You might also like