NAYAGADA TODAY-ଜିଲ୍ଲା ସମାଜ ମଙ୍ଗଳ ବୋର୍ଡ ଓ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ପକ୍ଷରୁ ଲିଙ୍ଗଗତ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ-୨୦୨୬ ଆରମ୍ଭ ହୋଇଛି। ଏହି ଅବସରରେ ଉଦ୍ଘାଟନୀ ସମାରୋହ ସହ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା।ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ଲିଙ୍ଗଗତ ହିଂସା ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ। ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ସହ ହିଂସା ଓଭେଦଭାବମୁକ୍ତ ସମାଜ ଗଠନ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି।ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମିଳିତ ସହଯୋଗ ଓ ସଚେତନତା ଦ୍ୱାରା ମହିଳାଙ୍କ ପ୍ରତି ହିଂସା ରୋକାଯାଇପାରିବ ବୋଲି ଏହି ପଦଯାତ୍ରା ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା।