ଅନାଥ ଶିଶୁକୁ ଆଦରି ନେଲେ ଆମେରିକୀୟ ଦମ୍ପତ୍ତି

ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିନରେ ରହିଥିବା ଏକ ଅନାଥ ଶିଶୁ କୁ ଆମେରିକୀୟ ଦମ୍ପତ୍ତି ଆଜି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏନେଇ ଦମ୍ପତ୍ତି ସରକାରୀ ନିୟମକ ଅନୁସାରେ ସମସ୍ତ କାଗଜ ପତ୍ର କରିଥିଲେ । ନୟାଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଅନାଥ ପରିତ୍ୟକ୍ତ ବାଳା ଶ୍ରମ ରେ ରହୁଥିବା ଶିଶୁକୁ ଆମେରିକୀୟ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଅଧିନିୟମ-୨୦୨୨ ଅନୁଯାୟୀ ହସ୍ତାନ୍ତର କରାଯାଇଛି ।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ଉପସ୍ଥିତିରେ ସେ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।ଏହି ସମୟରେ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଶିଶୁ ଏବଂ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତ୍ତିଙ୍କ ପରିଚୟ ଗୋପନ ରଖାଯାଇଛି ।

You might also like