NAYAGADA TODAY-ନୟାଗଡ଼ ଜିଲ୍ଲା ଇଟାମାଟିସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ୱାସ୍ଥ୍ୟର ଯତ୍ନ, ରୋଗ ନିରାକରଣ, ପରିମଳ ବ୍ୟବସ୍ଥା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ଶୋଭନ କୁମାର ରଥ, ଡାକ୍ତର ରାମକୃଷ୍ଣ ପାତ୍ର, ଡାକ୍ତର ରାଜକିଶୋର ବରାଡ଼, ସତ୍ୟବାଦୀ ସ୍ୱାଇଁ, ଉମେଶ ପଟ୍ଟନାୟକ, ରବୀନ୍ଦ୍ର ରାଉତ, ମନୋଜ କୁମାର ସାହୁ ଓ ଦାମୋଦର ସାହୁ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନତା ଉପରେ ନିଜ ନିଜର ମତ ରଖିଥିଲେ।ଶିବିରରେ ବିଭିନ୍ନ ରୋଗର ଲକ୍ଷଣ, ରୋଗ ପ୍ରତିରୋଧର ଉପାୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଖାଦ୍ୟ ଗ୍ରହଣ ଏବଂ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଏଥିସହ ସାଧାରଣ ଲୋକେ କିପରି ନିଜ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟକର ଅଭ୍ୟାସ ଆପଣାଇ ସୁସ୍ଥ ରହିପାରିବେ, ସେନେଇ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ସଂଯୋଜକ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ଓ ସଚେତନତା ହିଁ ଏକ ସୁସ୍ଥ ସମାଜ ଗଠନର ମୁଖ୍ୟ ଆଧାର ବୋଲି ଶିବିରରେ ମତପ୍ରକାଶ ପାଇଥିଲା।ପରିଶେଷରେ ସମ୍ବର୍ଦ୍ଧିତ ପ୍ରତିଭୁମାନଂକୁସମ୍ବର୍ଦ୍ଧିତ କରାଯାଇଥିଲା