ନୟାଗଡ଼ରେ ବିଦ୍ୟୁତ ଠିକା କର୍ମଚାରୀଙ୍କ ଜୋରଦାର ବିକ୍ଷୋଭ, ସାମିଲ ହେଲେ ବିଧାୟକ

NAYAGADA TODAY-ବିଦ୍ୟୁତ ଠିକା କର୍ମଚାରୀଙ୍କ ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ଦାବିରେ ନୟାଗଡ଼ ବିଦ୍ୟୁତ ଡିଭିଜନ (TPCODL) କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଠିକା କର୍ମଚାରୀ ସାମିଲ ହୋଇ ନିଜ ଦାବି ପୂରଣ ପାଇଁ ସ୍ୱର ଉତ୍ତୋଳନ କରିଥିଲେ।ଦୀର୍ଘଦିନ ଧରି କର୍ମଚାରୀମାନେ ବିଭିନ୍ନ ସମସ୍ୟା ଓ ଦାବି ନେଇ ଆନ୍ଦୋଳନ କରିଆସୁଥିବା ବେଳେ ଏହାର ସମାଧାନ ଦାବିରେ ସଂଗଠନ ପକ୍ଷରୁ ଏହି ବିକ୍ଷୋଭ କରାଯାଇଥିଲା। ଆନ୍ଦୋଳନରେ ସ୍ଥାନୀୟ ବିଧାୟକ ମଧ୍ୟ ଯୋଗଦେଇ କର୍ମଚାରୀଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ନିଜର ମତ ରଖିଥିଲେ।କର୍ମଚାରୀଙ୍କ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ସମାଧାନ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଏହି ବିକ୍ଷୋଭ ଫଳରେ ବିଦ୍ୟୁତ ଠିକା କର୍ମଚାରୀଙ୍କ ସମସ୍ୟା ପୁଣିଥରେ ଚର୍ଚ୍ଚାକୁ ଆସିଛି

You might also like