ରଣପୁରର ଦୁଇ ତୁଙ୍ଗ ନେତାଙ୍କୁ ନେଇ ଚର୍ଚ୍ଚା:ଚାଲିଛି ମାନସ ମନ୍ଥନ !

NAYAGADA TODAY-ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓରଫ କାଳୁ ଖୁବ ଶୀଘ୍ର ବିଜେଡି ଛାଡ଼ି ପାରନ୍ତି। ନିଜ ଆଇଡିରୁ ନବୀନଙ୍କ ଫଟୋ ଓ ଶଙ୍ଖ ଚିହ୍ନ ସେ ହଟାଇ ଦେଇଛନ୍ତି। ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଉପରେ ସେ ଅସନ୍ତୁଷ୍ଟ ଥିବା ଏବଂ ଦଳୀୟ ସଂଗଠନ କାର୍ଯ୍ୟରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଅସନ୍ତୋଷ ଥିବା ସୂଚନା ମିଳିଛି। ସୂଚନାନୁସାରେ, ରଣପୁର ନିର୍ବାଚନ ମଣ୍ଡଳୀରେ ହୋଇଥିବା ଛାତ୍ରସଂସଦ ନିର୍ବାଚନରେ ବିସିଜେଡିକୁଶତ ପ୍ରତିଶତ ସଫଳତା ମିଳିଛି। ଏହିନିର୍ବାଚନମଣ୍ଡଳୀରେ ଦୁଇଟି ଯାକମହାବିଦ୍ୟାଳୟ ରଣପୁର ଓ ରାଜସୁନାଖଳାଡିଗ୍ରି କଲେଜରେ ବିସିଜେଡି ସମର୍ଥିତପ୍ରାର୍ଥୀମାନେ ବାଜିମାତ କରିଛନ୍ତି। ମାତ୍ରଅସଲରେ ଏହି ନିର୍ବାଚନ ମଙ୍ଗ ସମ୍ଭାଳିଥିବାନେତାମାନଙ୍କ ମଧ୍ୟରେ କନ୍ଦଳ ଶୀର୍ଷରେପହଞ୍ଚିଛି। ଯାହା ରାଜନୈତିକ ମହଲାରେଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରିଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ଛାତ୍ରନେତାମାନଙ୍କ ସହ ନବୀନ ପଟ୍ଟନାୟକଙ୍କଭେଟଘାଟ କାର୍ଯ୍ୟକ୍ରମରୁ ଏହି କନ୍ଦଳ ସ୍ପଷ୍ଟବାରି ହୋଇପଡ଼ିଛି। ପୂର୍ବତନ ବିଧାୟକସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେଦୁଇଟି ଯାକ ମହାବିଦ୍ୟାଳୟର ସମସ୍ତନିର୍ବାଚିତ ଛାତ୍ରନେତା, ପୁରାତନ ଛାତ୍ରନେତା ଓ ସ୍ଥାନୀୟ ଅଞ୍ଚଳର କିଛି ନେତାଙ୍କୁଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।ମାତ୍ର ଜିଲ୍ଲା ପରିଷଦ ସଭାପତି ଇଂ.ଦେବାଶିଷ ପଟ୍ଟନାୟକ ଏହି ସମୟରେଅନୁପସ୍ଥିତ ରହିବା ଘଟଣାକୁ ନେଇରଣପୁରରେ ସ୍ଵାଭାବିକ ଭାବେ ଚର୍ଚ୍ଚାଜୋର ଧରିଛି। ଛାତ୍ର ସଂସଦ ନିର୍ବାଚନଫଳାଫଳ ଘୋଷଣା ହେଉ ହେଉସୋସିଆଲ ମିଡିଆରେ ଦେବାଶିଷ ଖୁସିଜାହିର କରିଥିବା ଦେଖିବାକୁ ମିଳିଥିଲା ।କେବଳ ସେତିକି ନୁହେଁ ନିର୍ବାଚନପରିଚାଳନାରେ ମଧ୍ୟ ତାଙ୍କର ଭୂମିକାରହିଥିବା ଆଲୋଚନା ହୋଇଥିଲା । ମାତ୍ରଦେବାଶିଷଙ୍କୁ ସେଦିନ ନବୀନ ନିବାସରେଦେଖିବାକୁ ମିଳି ନଥିଲା। ପୂର୍ବତନବିଧାୟକ ସତ୍ୟନାରାୟଣ ଓ ବିଜେଡିରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ନାୟକଙ୍କ ସମେତଅନ୍ୟ ନେତାଙ୍କୁ ସେଠାରେ ଦେଖିବାକୁମିଳିଥିଲା ଯାହା ରଣପୁରରେ ବିଜେଡିରାଜନୀତିକୁ ସରଗରମ କରିଛି। କେବଳସେତିକି ନୁହେଁ, ଦେବାଶିଷ ନିଜ ଫେସବୁକଆଇଡି ପ୍ରୋଫାଇଲ ଫଟୋରୁ ଦଳର ଚିହ୍ନଓ ନବୀନଙ୍କ ଫଟୋକୁ ଉଠାଇ ଦେଇଥିବାଦେଖିବାକୁ ମିଳୁଛି। ଯାହା ତାଙ୍କ ମଧ୍ୟରେଥିବା ଅସନ୍ତୋଷକୁ ଖୋଲାଖୋଲି ଭାବେଜାହିର କରୁଛି ଗତ ସାଧାରଣ ନିର୍ବାଚନସମୟରେ ଦଳ ମଧ୍ୟରେ ଥିବା ଏମିତିଇଂ ଦେବାଶିଷ ପଟ୍ଟନାୟକକନ୍ଦଳ ଯୋଗୁଁ ରଣପୁରରେ ବିଜେଡିକୁପରାଜୟର ମୁହଁ ଦେଖିବାକୁ ପଡ଼ିଲା।ଏହାପରଠାରୁ ଏହି ନିର୍ବାଚନମଣ୍ଡଳୀରେଦଳର ନେତାମାନେ ଏକାଠି ହେବାପରିବର୍ତ୍ତେ ଓଲଟା ସମାନ୍ତରାଳ ସଂଗଠନଚଳାଉଥିବା ଦେଖିବାକୁ ମିଳୁଛି। ଏମିତିକିସତ୍ୟନାରାୟଣ ଓ ଦେବାଶିଷଙ୍କୁପ୍ରାୟତଃ କୌଣସି କାର୍ଯ୍ୟକ୍ରମରେ ଏକାଠିଦେଖିବାକୁ ମିଳୁ ନାହିଁ।

You might also like