NAYAGADA TODAY-ଇଟାମାଟିସ୍ଥିତ ୱିଜଡମ୍ ଇଂଲିଶ ମିଡିୟମ୍ ସ୍କୁଲ ପରିସରରେ ‘ଗିଭ୍ ବ୍ଲଡ୍, ସେଭ୍ ଲାଇଫ୍’ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ମାନବ ସେବା ଓ ଜୀବନ ରକ୍ଷାର ବାର୍ତ୍ତା ପ୍ରଚାର କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ରକ୍ତଦାନର ମହତ୍ତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ରକ୍ତଦାନ ମହତ୍ ଦାନ, ଏହା ଅନ୍ୟର ଜୀବନ ବଞ୍ଚାଇବାର ଏକ ମହାନ ମାଧ୍ୟମ।