NAYAGADA TODAY-ଗଣିଆ ବ୍ଳକର ଗଣିଆସ୍ଥିତ ପିଏମ ଶ୍ରୀ କିଶୋର ଚନ୍ଦ୍ର ବିଦ୍ୟାପୀଠ ପରିସରରେ ଶନିବାର ଦିନ ଗଣିଆ ବ୍ଳକ ଅଧିନସ୍ଥ ବିଭିନ୍ନ ସ୍କୁଲର ୧୨୦ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ମିଳିଥିବା ସୁଚନା ଅନୁସାରେ ଏହି ପରୀକ୍ଷା ପାଇଁ ଗଣିଆ ବ୍ଲକର ୧୫୩ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୨୦ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉପସ୍ଥିତ ଥିଲେ । କୌଣସି କାରଣ ବଶତଃ ୩୩ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବା ପରୀକ୍ଷାକେନ୍ଦ୍ର ତରଫରୁ ସୂଚନା ମିଳିଛି । ପରୀକ୍ଷା ବେଳେ ପିଏମ ଶ୍ରୀ କିଶୋର ଚନ୍ଦ୍ର ବିଦ୍ୟାପ୍ଥଙ୍ଖ, ଗଣିଆର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ । ସେହିପରି ନୟାଗଡସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଶିକ୍ଷକ ସୁଜିତ କୁମାର ପରିଡ଼ା ସେଟଂର ଲେବୁଲ ଅବଜରର୍ଭର ଭାବେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।