NAYAGADA TODAY-ନୟାଗଡ ଭାଷା,ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ ଆଜି ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଗୋଲ୍ଡେନ ଜୁବୁଲି ହଲ୍ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ- ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ ଉଦଘାଟନ କରି ପିଲା ମାନଙ୍କର ପରମ୍ପରା , ସଂସ୍କୃତି ଓ ନୃତ୍ୟ ପ୍ରତି ଥିବା ଆଗ୍ରହ ସମ୍ପର୍କ ରେ ନିଜର ବକ୍ତବ୍ୟ ବ୍ୟକ୍ତ କରିଥିଲେ। ଏହି ପ୍ରତିଯୋଗିତା ରେ ସତ୍ୟ ନାରାୟଣ ମହାପାତ୍ର, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଓ ନିଳୀମା ନନ୍ଦ ବିଚାରକ ରୂପେ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ୫୩ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସା ପତ୍ର ନୃତ୍ୟ ଶେଷରେ ଅତିଥି ମାନେ ପ୍ରଦାନ କରିଥିଲେ।ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୨୦ ଜଣ ପ୍ରତିଯୋଗୀ ସେମି ଫାଇନାଲ କୁ ଉନ୍ନୀତ ହୋଇଛନ୍ତି। ଏହି ପ୍ରତିଯୋଗିତା ର ସେମି ଫାଇନାଲ ଓ ଫାଇନାଲ ଆସନ୍ତା ଡିସେମ୍ବର ମାସ ୧୩ ତାରିଖ ରବିବାର ଦିନ ନୟାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଏହି ଗୋଲ୍ଡେନ ଜୁବୁଲି ହଲ୍ ରେ ଅନୁଷ୍ଠିତ ହେବ ବୋଲି ପରିଷଦ ର ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ସୂଚନା ଦେଇଛନ୍ତି। ଏହି କାର୍ଯକ୍ରମ ରେ ପରିଷଦର ସଭାପତି , ଉପସଭାପତି ଉପସ୍ଥିତ ଥିଲେ ଏବଂ ଶ୍ରୀ ଶୂରଦେଓ ଏହାକୁ ପରିଚାଳନା କରିଥିଲେ