NAYAGADA TODAY-ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ ପଡ଼ିଆରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ତାପସ କୁମାର ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ। ଓଡ଼ିଆଙ୍କ ଐତିହ୍ୟକୁ ସ୍ମୃତି ଭାବେ ମନେ ରଖିବାକୁ ଅନୁଷ୍ଠିତ ଉତ୍ସବ ପୁରୁଣା ସହରବାସୀଙ୍କ ଉତ୍ସାହ ପାଇଁ ଅନୁଷ୍ଠିତ ହୋଇପାରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ସନ୍ଧ୍ୟାରେ ଗୋଟି ପୁଅ ନୃତ୍ୟ ଓ ମାଟିର ଝିଅ ବର୍ଣ୍ଣାଳୀ ହୋତାଙ୍କ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଷାନ୍ ଦାଶ, ଦାଶରଥି ସାହୁ, ରଜତ ପଟ୍ଟନାୟକ ଉପସ୍ଥିତ ରହିଥିଲେ l