NAYAGADA TODAY-ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଓ ଯୁବ ରେଡକ୍ରସ୍ ପକ୍ଷରୁ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏକଦିବସୀୟ ଆନ୍ତଃ ମହାବିଦ୍ୟାଳୟ ନାରୀ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ବାଲ୍ୟବିବାହକୁ ବିରୋଧ, ଉଚ୍ଚଶିକ୍ଷା ଓ ନାରୀଙ୍କ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ।ଏଥିରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସରୋଜା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ଅତିଥି ଓ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ଜିଲ୍ଲାର ୯ଟି ମହାବିଦ୍ୟାଳୟର ୧୧୦ ଜଣ ଛାତ୍ରୀ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ଏହି ଅବସରରେ ରକ୍ତଗ୍ରୁପ୍ ନିର୍ଣ୍ଣୟ, ହିମୋଗ୍ଲୋବିନ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ବୈଷୟିକ ଆଲୋଚନା କରାଯାଇଥିଲା।