ଭାଲିଆଡିରେ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ, ଯୋଗଦେଲେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ

NAYAGADA TODAY-ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଭାଲିଆଡି ଗ୍ରାମପଞ୍ଚାୟତର ଭାଲିଆଡି ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ଦର୍ଶନ କରିବା ସହ ଉତ୍ସବରେ ସାମିଲ ହୋଇଥିଲେ। ଗୋଡ଼ିପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ପଢ଼ିହାରୀ ମଧ୍ୟ ଉପସ୍ଥିତ ରହି ସମସ୍ତଙ୍କ ମଙ୍ଗଳ ଓ ଅଞ୍ଚଳର ଉନ୍ନତି କାମନା କରିଥିଲେ।ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଆୟୋଜିତ ଏହି ଉତ୍ସବ ଗ୍ରାମାଞ୍ଚଳର ଏକତା, ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ନିଦର୍ଶନ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସଦସ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

You might also like