ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବରେ ବିଧାୟକ ଡ଼. ଅରୁଣ କୁମାର ସାହୁ, ଅତିଥିଙ୍କ ସହ ଉତ୍ସବରେ ସାମିଲ

NAYAGADA TODAY-ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ-୨୦୨୬ ଅବସରରେ ଉତ୍ସବମୁଖର ହୋଇଉଠିଛି ନୟାଗଡ଼ ପୁରୁଣା ସହର। ଏହି ଉତ୍ସବରେ ନୟାଗଡ଼ର ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ତାଙ୍କ ସହ ଜିଲ୍ଲା ପରିଷଦ ଅଦକ୍ଷ୍ୟ ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଦକ୍ଷା ନିରୁପମା ଖଟେଇ, ଉପଦକ୍ଷ୍ୟ ଗୁରୁପ୍ରସାଦ ଜେନା, ପୂର୍ବତନ ବିଧାୟକ ରଣପୁର ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ସମାଜ ସେବୀ ତାପସ କୁମାର ପାଢୀ, ଦାଶରଥି ସାହୁ ଏବଂ କମିଟିର ସଭାପତି କିଷାନ କୁମାର ଦାସ ପ୍ରମୁଖ  ସାମିଲ ହୋଇଥିଲେ।ଉତ୍ସାହଭରା ଆହ୍ୱାନ ମଧ୍ୟରେ ବୋଇତ ବନ୍ଦାଣ ଯାତ୍ରାର ପାରମ୍ପରିକ ମହତ୍ତ୍ୱ ଓ ଓଡ଼ିଆ ନୌବାଣିଜ୍ୟର ଗୌରବମୟ ଇତିହାସକୁ ମନେ ପକାଇଥିଲେ ଉପସ୍ଥିତ ଅତିଥିମାନେ।ଏହି ଅବସରରେ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ଉପସ୍ଥିତି ଉତ୍ସବର ଆକର୍ଷଣ ବଢ଼ାଇଥିଲା। ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ମାଧ୍ୟମରେ ନୟାଗଡ଼ର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ କରିବା ସହ ନୂତନ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ନୌବାଣିଜ୍ୟ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବାର ବାର୍ତ୍ତା ଦେଇଛି ଏହି ଉତ୍ସବ।ସମୁଦାୟ ଉତ୍ସବରେ ଓଡ଼ିଆ ଅସ୍ମିତା, ପରମ୍ପରା ଓ ଐତିହ୍ୟର ଝଲକ ଦେଖିବାକୁ ମିଳିଛି।

You might also like