କାଳିଆପଲ୍ଲୀରେ ବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳିତ, ଯୋଗଦେଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ

NAYAGADA TODAY-ଶବର ରାଜା ବିଶ୍ୱାବସୁଙ୍କ ପବିତ୍ର ଜନ୍ମସ୍ଥଳୀ କାଳିଆପଲ୍ଲୀ ଗ୍ରାମରେ ଅମର ସ୍ୱାଧୀନତା ସଂଗ୍ରାମୀ ବୀର ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ ଏକ ବିଶେଷ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ମହାନ ଦେଶପ୍ରେମୀ ଲକ୍ଷ୍ମଣ ନାଏକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ସ୍ୱାଇଁ ଲକ୍ଷ୍ମଣ ନାଏକଙ୍କ ଅମର ତ୍ୟାଗ, ସଂଗ୍ରାମ ଓ ଦେଶମାତୃକାର ସ୍ୱାଧୀନତା ପାଇଁ ଦେଇଥିବା ଆତ୍ମବଳିଦାନ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅଦମ୍ୟ ସାହସ, ଦେଶପ୍ରେମ ଓ ବଳିଦାନ ଯୁଗଯୁଗ ଧରି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲିଥିବ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ସଭା ମାଧ୍ୟମରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା।

You might also like